ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପ ଉପରେ ଇଡ଼ି ରେଡ୍, ମନି ଲଣ୍ଡରିଂର ଅଭି‌ଯୋଗ ପରେ କାର୍ଯ୍ୟାନୁଷ୍ଠାନ

Published By : Harapriya Biswal | July 24, 2025 4:10 PM

ନୂଆଦିଲ୍ଲୀ,୨୪।୭: ମନି ଲଣ୍ଡରିଂ ମାମଲାରେ ଅଡୁଆରେ ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ ଅମ୍ବାନୀ। ଦିଲ୍ଲୀ ଓ ମୁମ୍ବାଇରେ ୩୫ଟିରୁ ଅଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ପକ୍ଷରୁ ହୋଇଛି ଚଢାଉ। ପ୍ରିଭେନସ୍‌ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ନ୍ୟାସନାଲ ହାଉସିଂ ବ୍ୟାଙ୍କ, ସେବି, ନ୍ୟାସନାଲ ଫାଇନାନ୍ସିଆଲ ରିପୋର୍ଟିଂ ଅଥରିଟି, ବ୍ୟାଙ୍କ ଅଫ୍ ବରୋଦା ଓ ସିବିଆଇର ଦୁଇଟି ଏଫଆଇଆର ଆଧାରରେ ହୋଇଛି। ଅନିଲ ଅମ୍ବାନୀଙ୍କ ବହୁ ଠିକଣାରେ ତଲାସୀ କରାଯାଉଛି। ଇଡି ଯାଞ୍ଚରେ ଏହି କଥାର ପ୍ରମାଣ ମିଳିଛି ଯେ, ଜନସାଧାରଣଙ୍କ ପାଣ୍ଠିର ଅପବ୍ୟବହାର ପାଇଁ ଷଡଯନ୍ତ୍ର ହୋଇଥିଲା। ଏଥିରେ ବହୁ ସଂସ୍ଥା, ବ୍ୟାଙ୍କ, ସେୟାର ହୋଲ୍ଡର ଓ ନିବେଶକଙ୍କୁ ଠକାଯାଇଛି। ଲାଞ୍ଚ ନିଆଯାଇଥିବା ଦିଗରୁ ମଧ୍ୟ ତଦନ୍ତ  କରାଯାଉଛି, ଯେଉଁଥିରେ ୟେସ ବ୍ୟାଙ୍କର ପ୍ରମୋଟର୍ସଙ୍କ ଭୂମିକା ମଧ୍ୟ ସନ୍ଦେହସ୍ପଦ ରହିଛି। 

୨୦୧୭ ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କରୁ ନିଆଯାଇଥିବା ପ୍ରାୟ ୩ ହଜାର କୋଟି ଟଙ୍କାର ଋଣକୁ ବେଆଇନ ଭାବରେ ଦୂରୁପଯୋଗ ହୋଇଥିବା ସନ୍ଦେହ କରାଯାଇଛି। ଏହା ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନିଲ ଅମ୍ବାନୀଙ୍କୁ ଫ୍ରଡ୍ ଘୋଷିତ କରିଥିଲା। ଚଳିତ ମାସ ଆରମ୍ଭରୁ ଅନିଲଙ୍କ କମ୍ପାନୀ ରିଲାୟନ୍ସ କମ୍ୟୁନିକେସନର ଲୋନ୍ ଆକାଉଣ୍ଟକୁ ଏସ୍‌ବିଆଇରୁ ମିଳିଥିଲା ବଡ଼ ଝଟକା। ଏସ୍‌ବିଆଇ କମ୍ପାନୀକୁ ଡିସେମ୍ବର ୨୦୨୩, ମାର୍ଚ୍ଚ ୨୦୨୪ ଓ ସେପ୍ଟେମ୍ବର ୨୦୨୪ ରେ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା। କମ୍ପାନୀର ଉତ୍ତରର ସମୀକ୍ଷା କରିବା ପରେ ବ୍ୟାଙ୍କ କହିଥିଲା ଅନିଲଙ୍କ କମ୍ପାନୀ ଲୋନ୍ ନେବାର ସର୍ତ୍ତ ପାଳନ କରି ନାହିଁ। ଏହାସହ କମ୍ପାନୀ ନିଜ ଆକାଉଣ୍ଟର ପରିଚାଳନାରେ ଅନିୟମିତତାର ପୁରା ସୂଚନା ଦେଇ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.